11 ରୁ ଆରମ୍ଭ ହେବ ଏଜୁକେସନ କନକ୍ଲେଭ୍

ଯାଜପୁରରେ ଆସନ୍ତା 11ତାରିଖରୁ ଆରମ୍ଭ ହେବ ଏଜୁକେସନ କନକ୍ଲେଭ । ଯାଜପୁର ରୋଡ ସ୍ଥିତ ଦଳା କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ କେଜିଆଇର ଅଧ୍ୟକ୍ଷ ଏନେଇ ସୂଚନା ଦେଇଛନ୍ତି । ଶିକ୍ଷାର ବିକାଶ ପାଇଁ ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କେଜିଆଇ ପକ୍ଷରୁ ଆରମ୍ଭ ହେଉଛି ଏଜୁକେସନ କନକ୍ଲେଭ । ଏହି କାର୍ଯ୍ୟକ୍ରମ ଆସନ୍ତା 11ତାରିଖରେ ବ୍ୟାସନଗର ସ୍ଥିତ ବ୍ୟାସଦେବ ସଂସ୍କୃତି ଭବନରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନେକ ସରକାରୀ, ବେସରକାରୀ ଅନୁଷ୍ଠାନର ଛାତ୍ରଛାତ୍ରୀ, ଶିକ୍ଷାବିତ, ଶିଳ୍ପ ଉଦ୍ୟୋଗୀ ଓ ବରିଷ୍ଠ ସାମ୍ୱାଦିକ ଯୋଗ ଦେଇ ପାଠ ପଢିବା କ୍ଷେତ୍ରରେ ଦେଖା ଦେଉଥିବା ବିଭିନ୍ନ ସମସ୍ୟା ଉପରେ ଉପସ୍ଥିତ ଅତିଥି ମାନଙ୍କ ସହିତ ଆଲୋଚନା କରିବେ । କାର୍ଯ୍ୟକ୍ରମ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅତିଥି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା କେଜିଆଇର ଅଧ୍ୟକ୍ଷ ଆଲେକ୍ସଜାଣ୍ଡର ଦାସ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।