ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେଲେ କାମଚଳା ବାଚସ୍ପତି

ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେଲେ କାମଚଳା ବାଚସ୍ପତି

ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ହେଲେ କାମଚଳା ବାଚସ୍ପତି। ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବରେ ସେ ଶପଥ ନେଇଛନ୍ତି। ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ। ସେ ୧୭ ଓ ୧୮ ତାରିଖରେ ବିଧାନସଭାରେ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ। ଏହାପରେ ୨୦ ତାରିଖରେ ବାଚସ୍ପତି ନିର୍ବାଚନ ପରିଚାଳନା କରିବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ବିଧାନସଭା ଓ ସଂସଦରେ ସ୍ବଳ୍ପ ସମୟ ପାଇଁ ଗୃହ କାର୍ଯ୍ୟ ପରିଚାଳନା ପାଇଁ କାମଚଳା ବାଚସ୍ପତି ନିଯୁକ୍ତି କରାଯାଇଥାଏ।