ଜୁନ୍ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ

ଜୁନ୍ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ

ଲୋକସଭାର ବାଚସ୍ପତି କିଏ ହେବ? ଜୁନ୍ ୨୬ ତାରିଖରେ ହେବ ବାଚସ୍ପତି ନିର୍ବାଚନ । ଯେଉଁଥିରେ ସାଂସଦ ମାନେ ବାଚସ୍ପତି ପଦ ପାଇଁ ଭୋଟ୍ ଦେବେ । ତେବେ ଏହା ପୂର୍ବରୁ କାମଚଳା ବାଚସ୍ପତି ପ୍ରଥମେ ସାଂସଦମାନଙ୍କ ଶପଥ ପାଠ କରାଇବେ । ଏହାପରେ ବାଚସ୍ପତି ପଦ ପାଇଁ ଭୋଟିଂ ହେବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଲୋକସଭାର ବାଚସ୍ପତି କିଏ ହେବ ତାକୁ ନେଇ ଏବେ ବି ଦ୍ୱନ୍ଦ୍ୱ ଲାଗି ରହିଛି ।ଗୋଟିଏ ପଟେ ବିଜେପି ଏହି ଆସନରେ ନିଜ ଦଳର କୌଣସି ସାଂସଦଙ୍କୁ ବସାଇବାକୁ ଚିନ୍ତା କରୁଥିିବାବେଳେ, ବାଚସ୍ପତି ପଦ ଉପରେ ଆଖି ରଖିଛନ୍ତି ବିଜେପିର ସହଯୋଗୀ ଟିଡିପି ଏବଂ ଜେଡିୟୁ । ତେଣୁ ବାଚସ୍ପତି ଆସନରେ କିଏ ବସୁଛନ୍ତି ତାହା ଏବେ ଆଲୋଚନାର ବିଷୟ ହେଇଛି । ଖାସ୍ କରି, ଏଥର ବିଜେପି ଏକାକୀ ବହୁମତ ହାସଲ କରିନଥିବାରୁ, ବାଚସ୍ପତି ପଦର ଗୁରୁତ୍ୱ ଢେର୍ ଗୁଣା ବଢିଯାଇଛି । ତେଣୁ ବିଜେପି ଏବେ ବି ଏହି ଆସନରେ ନିଜ ଦଳର ସାଂସଦଙ୍କୁ ବସାଇବାକୁ ଅଙ୍କ କଷୁଛି ।