କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍

ରାହୁଲ ଗାନ୍ଧୀଙ୍କୁ ଜାମିନ୍

ବିଜେପି ବିରୋଧରେ ଅପାମନଜନକ ବିଜ୍ଞାପନ ମାମଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍ । ଖବରକାଗଜଗୁଡ଼ିକରେ ଅପମାନଜନକ ବିଜ୍ଞାପନ ଜାରି କରିବା ଅଭିଯୋଗରେ ବିଜେପିର କର୍ଣ୍ଣାଟକ ୟୁନିଟ୍ ପକ୍ଷରୁ ଦାୟର ହୋଇଥିଲା ମାମଲା । ଆଜି ଏହି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କରିଛନ୍ତି ।×

ଗତବର୍ଷ ବିଧାନସଭା ନିର୍ବାଚନ ପୂର୍ବରୁ ବିଜ୍ଞାପନରେ ରାଜ୍ୟର ତତ୍କାଳୀନ ବିଜେପି ସରକାର ୨୦୧୯-୨୦୨୩ ଶାସନ କାଳରେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା । ସମସ୍ତ ସରକାରୀ କାର୍ଯ୍ୟ ପାଇଁ ୪୦ ପ୍ରତିଶତ କମିଶନ ଆଦାୟ କରାଯାଇଥିବା ଅଭିଯୋଗ କରି କଂଗ୍ରେସ ବିଜ୍ଞାପନରେ ପୂର୍ବ ସରକାରକୁ ଟାର୍ଗେଟ କରି ଏକ ‘ଦୁର୍ନୀତି ହାର କାର୍ଡ’ ମଧ୍ୟ ଜାରି କରିଥିଲା ।ଏହି ମାମଲାରେ ଜୁନ ୧ରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା, ଏବଂ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଜାମିନ୍ ପାଇଥିଲେ । ଏହି ଦୁଇ ନେତାଙ୍କ ନାଁରେ ମଧ୍ୟ ବିଜେପି ମାମଲା ରୁଜୁ କରିଥିଲା । କଂଗ୍ରେସ କହିଛି, ବିଜ୍ଞାପନରେ ରାହୁଲ ଗାନ୍ଧୀଙ୍କର କୌଣସି ଭୂମିକା ନାହିଁ ।