କ୍ୟାପ୍ଟେନଙ୍କ ସହ ୫ ଜଣଙ୍କ ମିଳୁନି ପତ୍ତା
ପୁଣି ନେପାଳରେ ହେଲିକପ୍ଟର ନିଖୋଜ । ହେଲିକପ୍ଟରରେ କ୍ୟାପ୍ଟେନଙ୍କ ସମେତ ଥିଲେ ୫ଜଣ ଯାତ୍ରୀ । କ୍ୟାପଟେନ ଚେତ ଗୁରୁଙ୍ଗ ୫ ଜଣ ବିଦେଶୀ ନାଗରିକଙ୍କୁ ନେଇ ଯାଉଥିବା ହେଲିକପ୍ଟର ନିଖୋଜ ହୋଇଥିବା ସୂଚନା ରହିଛି । ସୋଲୁଖୁମ୍ବୁରୁ କାଠମାଣ୍ଡୁ ଅଭିମୁଖେ ଯାଉଥିବା 9NMV ହେଲିକପ୍ଟର ଉଡାଣ ଭରିବାର ମାତ୍ର ୧୫ ମିନିଟ ପରେ କଣ୍ଟ୍ରୋଲ ରୁମ ସହ ସମ୍ପର୍କ ବିଚ୍ଛିନ୍ନ ହୋଇଥିଲା । ହେଲିକପ୍ଟରକୁ ଠାବ କରିବାକୁ ଉଦ୍ୟମ ଜାରି ରହିଛି । କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନଉପୁଜେ ସେଥିପାଇଁ ପୁରା ଚେଷ୍ଟା ଚଳାଇଛନ୍ତି ନେପାଳ ସରକାର ।