ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭଙ୍ଗ ହେଲା ବିଧାନସଭା

ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ । ବିଧାନସଭା ଭଙ୍ଗ ନେଇ ସଂସଦୀୟ ବ୍ୟାପାର ବିଭାଗର ବିଜ୍ଞପ୍ତି । ଭଙ୍ଗ ନେଇ ଆଜି ରାଜ୍ୟ କ୍ୟାବିନେଟ ମଧ୍ୟ ସୁପାରିଶ କରିଥିଲା । ଆଜି ବସିଥିଲା ରାଜ୍ୟ କ୍ୟାବିନେଟ ବୈଠକ । ଚଳିତ ବିଧାନସଭାର ଶେଷ କ୍ୟାବିନେଟ ବୈଠକ ଆଜି ବସିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ମୁଖ୍ୟମନ୍ତ୍ରୀ ଭର୍ଚ୍ଚୁଆଲ ବୈଠକରେ ସାମିଲ ହୋଇଥିଲେ ।