ବିଶ୍ୱ ରେକର୍ଡ: ଭୋଟ ଦେଇଛନ୍ତି ୬୪ କୋଟି ୨୦ ଲକ୍ଷ ଭୋଟର୍
ଦେଶରେ ଚଳିତ ସାଧାରଣ ନିର୍ବାଚନ ଐତିହାସିକ । ମତଦାନରେ ବିଶ୍ୱ ରେକର୍ଡ ହୋଇଛି । ରେକର୍ଡ ୬୪ କୋଟି ୨୦ ଲକ୍ଷ ମତଦାନ କରିଛନ୍ତି । G7 ଦେଶର ମତଦାତାଙ୍କଠାରୁ ଦେଢ ଗୁଣା ଅଧିକ । ୟୁରୋପୀୟ ସଂଘର ୨୭ ଦେଶ ଭୋଟରଙ୍କ ଅପେକ୍ଷା ଅଢ଼େଇ ଗୁଣା ଅଧିକ । ମହିଳା ଭୋଟରଙ୍କ ସଂଖ୍ୟା ୩୧କୋଟି ୨୦ ଲକ୍ଷ । ୨୦୧୯ ଠାରୁ ୨୦୨୪ରେ ଦେଶରେ ଅଧିକ ମହିଳା ମତଦାତା । ଦେଢ କୋଟି ପୋଲିଂ ଓ ସୁରକ୍ଷାକର୍ମୀ ନିୟୋଜିତ ହୋଇଥିଲେ । ସେହିପରି ଚଳିତ ନିର୍ବାଚନରେ ବଡ଼ ଧରଣର କୌଣସି ହିଂସାକାଣ୍ଡ ହୋଇନି । ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗରେ ମାଓ ହିଂସା ହୋଇନି । ନିର୍ବାଚନ ବେଳେ ୧୦ହଜାର କୋଟି ଟଙ୍କା ଜବତ ହୋଇଛି । ୨୦୧୯ ଅପେକ୍ଷା ୩ ଗୁଣା ଅଧିକ ଟଙ୍କା ଜବତ କରିଛି ଏନଫୋର୍ସମେଣ୍ଟ ଟିମ୍ । ୪,୩୯୧ କୋଟିର ଡ୍ରଗ କେସ୍ ଧରାଯାଇଛି । ସେହିପରି ନିର୍ବାଚନ ବେଳେ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ହିମାଚଳ ପ୍ରଦେଶ, ଝାଡ଼ଖଣ୍ଡ ଭଳି ୬ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଅଫିସରଙ୍କୁ ହଟାଯାଇଥିବା କହିଛନ୍ତି ନିର୍ବାଚନ କମିଶନ । ସେପଟେ କିନ୍ତୁ ନିର୍ବାଚନ ପରେ ପଶ୍ଚିମବଙ୍ଗରେ ବ୍ୟାପକ ହିଂସା ଦେଖିବାକୁ ମିଳିଛି ।