ଅନଲାଇନରେ ସିଙ୍ଗଡା କିଣି ଫସିଗଲେ ଡାକ୍ତର !

ଅନଲାଇନରେ ଖାଦ୍ଯପଦାର୍ଥ ଅର୍ଡର କରୁଛନ୍ତି କି ତାହେଲେ ସାବଧାନ ହୋଇଯାଆନ୍ତୁ , କାହିଁକି ନା ଆମେ ଏବେ ଯେଉଁ ଖବର ଦେବୁ ତାହା ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଜଣେ ଡାକ୍ତର ଅନଲାଇନରେ ଅର୍ଡର କଲେ ସିଙ୍ଗଡା , ଆଉ ହଠାତ ତାଙ୍କ ଆକାଉଣ୍ଟରୁ କଟିଗଲା 1ଲକ୍ଷ 40 ହଜାର ଟଙ୍କା, କଥାଟି ଅବାସ୍ତବ ଲାଗୁଥିଲେ ବି ପୁରା ସତ । ଏଭଳି ଘଟଣା ଘଟିଛି ମାୟାନଗରୀ ମୁମ୍ବାଇରେ । ଏଭଳି ଏକ ସାଇବର ଠକେଇର ଶିକାର ହୋଇଛନ୍ତି କେଇଏମ ହସ୍ପିଟାଲର ଜଣେ ୨୭ବର୍ଷୀୟ ଡାକ୍ତର । ପେମେଣ୍ଟ ନାଁରେ ସାଇବର ଲୁଟେରା ଖାଲି କରିଦେଲେ ଡାକ୍ତରଙ୍କ ଆକାଉଣ୍ଟ।

ତେବେ ଡାକ୍ତର ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ କହିବ ଅନୁଯାୟୀ ସେ ଅନଲାଇନ୍ ସିଙ୍ଗଡା ଅର୍ଡର କରିଥିଲେ । ଏଥିପାଇଁ ତାଙ୍କୁ ଫୋନରେ ୧୫୦୦ ଟଙ୍କା ପେମେଣ୍ଟ କରିବାକୁ କୁହାଯାଇଥିଲା । ସେ ୧୫୦୦ ଶହ ଟଙ୍କା ପେମେଣ୍ଟ କରିଥିଲେ । ଏହାପରେ ପୁଣି ଉକ୍ତ ରେଷ୍ଟୁରାଣ୍ଟରୁ କଲ ଆସିଥିଲା । ସେମାନେ ପେମେଣ୍ଟ ପାଇନାହାଁନ୍ତି ତେଣୁ ଅନ୍ୟ ଏକ ଫାନରୁ ପେମେଣ୍ଟ ରିକ୍ୱେଷ୍ଟ ଅନୁସାରେ ଟଙ୍କା ପଠାଇବାକୁ କହିଲେ । ରେଷ୍ଟୁରାଣ୍ଟ କର୍ମଚାରୀଙ୍କ କହିବା ଅନୁସାରେ ପେମେଣ୍ଟ ରିକ୍ୱେଷ୍ଟ ଆସଇଥିବା ଫୋନ୍୍ ନମ୍ବରରେ ପେମେଣ୍ଟ କଲେ ହେଲେ ୧୫୦୦ ବଦଳରେ ଡାକ୍ତରଙ୍କ ଆକାଉଣ୍ଟରୁ ଏକାଥରକେ ୨୮ ହଜାର ଟଙ୍କା କଟିଗଲା । ଏହିପରି ଲଗାତାର ତାଙ୍କ ପାଖକୁ ୩ ଟି ମେସେଜ୍ ଆସିଥିଲା । ଦେଖିବାବେଳେକୁ ଆକଉଣ୍ଟରୁ ମୋଟ ୧ଲକ୍ଷ ୪୦ ହଜାର ଟଙ୍କା କଟିଯାଇଥିଲା ।

ଏହାଦେଖି ତୁରନ୍ତ ଡାକ୍ତରଜଣକ ନିଜ ଆକାଉଣ୍ଟ ବ୍ଲକ୍‌ କରିଦେଲେ। ମାତ୍ର ସେତେବେଳକୁ ସାଇବର ଲୁଟେରା ତାଙ୍କ ଆକାଉଣ୍ଟରେ କଳାକନା ବୁଲାଇ ସାରିଥିଲେ। ଏନେଇ ଡାକ୍ତରଜଣକ ମୁମ୍ବାଇର ସାଇବର ଥାନାରେ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଘଟଣା ଶୁଣିବା ପରେ ଆପଣ ବି ସତର୍କ ରୁହନ୍ତୁ ।