ଚାପ ଖେଳ ବେଳେ ବାଣ ବିସ୍ଫୋରଣ

ଚାପ ଖେଳ ବେଳେ ଅଘଟଣ, ୩ମୃତ

ପୁରୀ ଚନ୍ଦନ ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ବରର ଦୁଇ ଘରୋଇ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି। ବିସ୍ଫୋରଣରେ ୨୫ରୁ ଅଧିକ ଆହତ ହୋଇଥିବା ବେଳେ ବିଭିନ୍ନ ମେଡିକାଲରେ ଚିକିତ୍ସା କରାଯାଉଛି। କଟକ ଏସସିବିରେ ୬ ଜଣ ଚିକିତ୍ସାଧିନ ଅଛନ୍ତି। ସେହିପରି ଭୁବନେଶ୍ବରରେ ଘରୋଇ ହସ୍ପିଟାଲରେ ଚାଲିଛି ଅନେକ ଆହତଙ୍କ ଚିକିତ୍ସା। ଗତକାଲି ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳ ବେଳେ ବାଣ ଫୁଟା ଯାଉଥିଲା। ଏହି ସମୟରେ ବାଣ ଫୁଟି ଅଘଟଣ ଘଟିଥିବା କୁହାଯାଉଛି।

ଆହତଙ୍କୁ ପ୍ରଥମେ ପୁରୀ ମେଡିକାଲ ନିଆଯାଇଥିଲା। ମାତ୍ର ସେଠାରେ ବର୍ଣ୍ଣ ୟୁନିଟ୍ ନଥିବାରୁ ଆହତଙ୍କୁ କଟକ ଏବଂ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ମହାପ୍ରଭୁଙ୍କର ଚାପ ଖେଳ ଚାଲିଥିଲା। ହଠାତ୍ ନରେନ୍ଦ୍ର ପୁଷ୍କରିଣୀର ଦେବୀଘାଟ ପଟେ ବାଣ ବିସ୍ଫୋରଣ ହୋଇଥିଲା। ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆହତଙ୍କ ସର୍ମ୍ପକୀୟଙ୍କ କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ମେଡିକାଲ ପରିସର ।