ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମ ଝଟକା

ଅନ୍ତରୀଣ ଜାମିନ ଉପରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ଅନ୍ତରୀଣ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ କେଜ୍ରିୱାଲଙ୍କୁ ମିଳିଛି ଆଉ ଏକ ଝଟକା । ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଅନ୍ତରୀଣ ଜାମିନ ଅବଧିକୁ ଡାକ୍ତରୀ କାରଣରୁ ୭ ଦିନ ପାଇଁ ବୃଦ୍ଧି କରିବା ପାଇଁ କରିଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଜାମିନ୍ ଅବଧି ବଢାଇବା ପାଇଁ ଆବେଦନ କରିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅନ୍ତରୀଣ ଜାମିନ୍ ଅବଧିକୁ ଆହୁରି ୭ ଦିନ ବଢାଇବା ପାଇଁ ଅବେଦନ କରିଥିଲେ କେଜ୍ରିୱାଲ ।