ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ଡେଟ୍

‘ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ହେବ, ବଦଳିବ ସରକାର’

ବିଜେପି ଫୋକସ୍‌ରେ ଓଡ଼ିଶା। ବିଜେପି ହେଭିୱେଟ୍ ଘନଘନ ଓଡ଼ିଶା ଗସ୍ତ କରୁଛନ୍ତି। ଏହାରି ଭିତରେ ଖବର ସରବରାହ ସଂସ୍ଥା ANIକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରତିକ୍ରିୟାରେ ସେ ଓଡ଼ିଶାର ଭାଗ୍ୟ ନେଇ ଆଲୋଚନା କରିବା ସହ ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବାକୁ ଯାଉଛି ବୋଲି କହିଛନ୍ତି। ରାଜ୍ୟରେ ସରକାର ପରିବର୍ତ୍ତନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜନୀତିରେ ସଂପର୍କ ଭଲ ରଖିବାକୁ ପଡେ। ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହ ବି ସଂପର୍କ ଭଲ ଅଛି। ମାତ୍ର ନିର୍ବାଚନ କଥା ଆସିଲେ ଓଡ଼ିଶାର ଭାଗ୍ୟ ନେଇ ବି ଚିନ୍ତା କରିବାକୁ ପଡିଲା। ଏଥିପାଇଁ ସଂପର୍କଠୁ ଢେର୍‌ ଊର୍ଦ୍ଧ୍ୱରେ ଓଡ଼ିଶାର ଭାଗ୍ୟ। ଗତ ୨୫ବର୍ଷରେ ରାଜ୍ୟର କୌଣସି ଉନ୍ନତି ହୋଇନି। ଓଡିଶାର ଅସ୍ମିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଦେଶର ସମୃଦ୍ଧ ରାଜ୍ୟର ତାଲିକାରେ ଓଡ଼ିଶାର ନାଁ ରହିଛି। ମାତ୍ର ଏହି ସମୃଦ୍ଧ ରାଜ୍ୟରେ ଅଧିକ ଗରିବୀ ରହିଛି। ଖୁବଶୀଘ୍ର ଓଡ଼ିଶାର ଭାଗ୍ୟ ବଦଳିବ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଜୁନ୍ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ତାରିଖ। ଜୁନ୍ ୧୦ ତାରିଖରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ।

ଓଡ଼ିଶାରେ ବିଭିନ୍ନ ପର୍ଯ୍ୟାୟରେ ନିର୍ବାଚନୀ ଜନସଭାରୁ ବିଜେଡି ସରକାରଙ୍କ ଏକ୍ସପାଏରୀ ଓ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥର ଡେଟ୍ ଦେଇ ଯାଇଥିଲେ ପ୍ରଧାନମନ୍ତ୍ରୀ । ଜୁନ୍ ୧୦ରେ ଭୁବନେଶ୍ବରରେ ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ନିମନ୍ତ୍ରଣ ଦେବାକୁ ଓଡ଼ିଶା ଆସିଥିବା ଜନସଭାରେ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।