ରାତିଅଧିଆ ବୈଠକ, ତିନି ନେତାଙ୍କ ଭିତରେ ହେଲା କି ବୁଝାମଣା !

ମହାରାଷ୍ଟ୍ର ରାଜନୀତିରେ ହେବ କି ବିସ୍ଫୋରଣ । ବଦଳିଯିବକି ମହାରାଷ୍ଟ୍ର ରାଜନୀତିର ସମୀକରଣ । କାହିଁକ ନା ଦାଦା ବନାମ ପୁତୁରା ଲଢେଇ ପରେ ଏକନାଥଙ୍କ ସହ ହାତ ମିସାଇଥିଲେ ଅଜିତ । ଆଉ ଏହି ମିଶିବାକୁ ନେଇ ସିନ୍ଧେ ଗୋଷ୍ଠୀର କର୍ମକର୍ତ୍ତା ଟିକେ ଖୁସି ନଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ପ୍ରତ୍ଯେକ ଦିନ ମହାରାଷ୍ଟ୍ର ରାଜନୀତି ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳୁଥିବା ବେଳେ ପୁଣି ଏକ ଖବର ପୁରା ରାଜନୈତିକ ସ୍ତରରେ ଚର୍ଚାର ଖୋରାକ ଯୋଗାଇଛି।

ଗତକାଲି ବିଳମ୍ବିତ ରାତିରେ ମହାରାଷ୍ଟ୍ରରେ ହୋଇଥିଲା ବଡ଼ ବୈଠକ । ଏକାଠି ବୈଠକ କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ରାତି ୧୨ଟାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ବାସଭବନରେ ପହଞ୍ଚିଥିଲେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର । ଏହାର ଘଣ୍ଟାଏ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ପହଞ୍ଚିଥିଲେ । ତିନି ନେତା ଏକାଠି ବୈଠକ କରିବା ପରେ ରାତି ଗୋଟାଏ ୩୦ରେ ଅଜିତ ପାୱାର ସିନ୍ଦେଙ୍କ ବାସଭବନରୁ ବାହାରକୁ ଆସିଥିଲେ ।

ସେହିପରି ଫଡନାଭିସ ରାତି ୨ଟାରେ ବାହାରିଥିଲେ । ଅଜିତ ପାୱାର ଏବଂ ତାଙ୍କ ଗୋଷ୍ଠୀ ମହାରାଷ୍ଟ୍ର ସରକାରରେ ସାମିଲ ହୋଇଛନ୍ତି । ସାମିଲ ହେବାକୁ ୮ ଦିନ ବିତିଛି । ଏବେ ବିଭାଗ ବଣ୍ଟନ ହେବାର ଅଛି । ଅଜିତ ପାୱାରଙ୍କ ଗୋଷ୍ଠୀ କିଛି ବିଭାଗ ଦାବି କରୁଥିବା ଜଣାପଡିଛି । ଯାହାକୁ ନେଇ ତିନି ଦଳ ମଧ୍ୟରେ ବୁଝାମଣା ହେଉଥିବା ଚର୍ଚା ଜୋର ଧରୁଛି । ତେବେ ଏହି ରାତିଅଧିଆ ବୈଠକରେ କଣ ନିଷ୍କର୍ଷ ବାହାରିଛି ଆଉ କିଏ କେଉଁ ବିଭାଗ ପାଉଛି ତାହା ଆଗାମୀ ସମୟରେ ପୁରା ସ୍ପଷ୍ଟ ହୋଇଯିବ।