ବିଜେଡିର ଲେଖା ଛିଡ଼ି ଯାଇଛି: ପ୍ରଦୀପ ପାଣିଗ୍ରାହୀ

‘ଏଥର ନବୀନ ବାବୁ ହିଞ୍ଜିଳିରୁ ହାରୁଛନ୍ତି’

ନିର୍ବାଚନୀ ହିଂସା ନେଇ ବିଜେଡିକୁ ଟାର୍ଗେଟ୍ କଲେ ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ । ବିଜେଡି ଯଦି ସ୍ୱଚ୍ଛ ତେବେ ଟଙ୍କା କାହିଁକି ବାଣ୍ଟୁଛି, ହିଂସା କାହିଁକି ସୃଷ୍ଟି କରୁଛି ବୋଲି ପ୍ରଶ୍ନ କରିନ୍ତି ପ୍ରଦୀପ । ୨୦୦୯ରେ ବିଜେପି ପାୱାରରୁ ଗଲା ପରେ ଏତେ ହିଂସା ହେଉ ନଥିଲା । ୨୦୧୪ ଏବଂ ୨୦୧୯ରେ ବି ହିଂସା ହୋଇ ନଥିଲା । ହେଲେ ୨୦୨୪ରେ ଗଞ୍ଜାମ ଜିଲ୍ଲା ସାରା ହିଂସା ଦେଖାଦେଇଛି ବୋଲି କହିଛନ୍ତି ପ୍ରଦୀପ ପାଣିଗ୍ରାହୀ । ଜଣେ ବିଧାୟକଙ୍କୁ କେଉଁ ପ୍ରମାଣ ଆଧାରରେ ଗିରଫ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। କିଛି ନିର୍ଦ୍ଦିଷ୍ଟ ଅଫିସର ଛବିକୁ ବଦ୍‌ନାମ କରୁଛନ୍ତି। ପୋଲିସର ଦାୟିତ୍ୱ ନାଗରିକଙ୍କୁ ସୁରକ୍ଷା ଦେବା। ହେଲେ ପକ୍ଷପାତିତା ହେଉଛି ବୋଲି ଅଭିଯୋଗ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।