ଆସିଲା ଏଡିଆର ରିପୋର୍ଟ, ୪୧୨ କୋଟିପତି ପ୍ରାର୍ଥୀ
ରାଜ୍ୟର ୧୪୭ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରିଥିବା ୧୨ ଶହ ୮୫ ପ୍ରାର୍ଥୀଙ୍କୁ ନେଇ ଆସିଲା ଏଡିଆର ରିପୋର୍ଟ । ୩୨ ପ୍ରତିଶତ ଅର୍ଥାତ୍ ୪୧୨ ଜଣ କୋଟିପତି । ରାଉରକେଲା ବିଜେପି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ସବୁଠୁ ଧନୀ । ତାଙ୍କ ସମ୍ପତ୍ତିର ପରିମାଣ ୩୧୩ କୋଟି ୫୩ ଲକ୍ଷ ଟଙ୍କା । ତାଙ୍କ ପଛରେ ଅଛନ୍ତି ଚମ୍ପୁଆ ବିଜେଡି ବିଧାୟକ ପ୍ରାର୍ଥୀ ସନା ମହାକୁଡ । ତାଙ୍କ ପାଖରେ ରହିଛି ମୋଟ୍ ୨୨୭ କୋଟି ୬୭ ଲକ୍ଷ ଟଙ୍କାର ସମ୍ପତ୍ତି । ୧୩୫ କୋଟି ୧୭ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ଧନୀ ବସ୍ତାର ବିଜେଡି ବିଧାୟକ ପ୍ରାର୍ଥୀ ସୁବାସିନୀ ଜେନା । ସେହିପରି ୫ ଜଣ ବିଧାୟକ ପ୍ରାର୍ଥୀଙ୍କ ପାଖରେ କୌଣସି ସମ୍ପତ୍ତି ନାହିଁ । ସେହିପରି ୩୪୮ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା । ୨୯୨ ଜଣ ଅର୍ଥାତ ୨୩ ପ୍ରତିଶତଙ୍କ ନାଁରେ ଗୁରୁତର ଅପରାଧ ମାମଲା ରହିଛି । ୬୬ ଜଣଙ୍କ ନାଁରେ ରହିଛି ମହିଳା ବିରୋଧୀ ମମାଲା । ୪ ଜଣ ଦୁଷ୍କର୍ମ ଅଭିଯୁକ୍ତ । ୧୦ ଜଣଙ୍କ ନାଁରେ ହତ୍ୟା ମାମଲା ଓ ୭୦ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ମାମଲା ରହିଛି । ଚଳିତ ଥର ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ୨୧୧ ଜଣ ଦଶମ ପାସ୍ କରିଛନ୍ତି । ୨ ଜଣ ସ୍କୁଲ ହତା ମାଡ଼ି ନାହାନ୍ତି।