ଭୀଷଣ ବାତ୍ୟା ରୂପ ନେଲା ‘ରେମାଲ’

ସ୍ଥଳଭାଗ ମୁହାଁ ବାତ୍ୟା

ବଙ୍ଗୋପସାଗରରେ ଭୀଷଣ ବାତ୍ୟା ରୂପନେଲା ‘ରେମାଲ’ । ପଶ୍ଚିମବଙ୍ଗ ଉପକୂଳ ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ଘଣ୍ଟାପ୍ରତି ୬କିମି ବେଗରେ ଗତି କରୁଛି ବାତ୍ୟା । ଖେପୁପାରାଠାରୁ ୨୯୦କିମି ଦୂରରେ ରହିଛି । ସାଗର ଦୀପରୁ ୨୭୦କିମି ଏବଂ ଦୀଘାଠାରୁ ୩୯୦କିମି ଦୂରରେ ରହିଛି ବାତ୍ୟା । ସାଗରଦ୍ୱୀପ-ଖେପୁପାରା ମଧ୍ୟରେ ଛୁଇଁବ ସ୍ଥଳଭାଗ । ମଧ୍ୟରାତ୍ରରେ ଉପକୂଳ ଅତିକ୍ରମ କରିବ ବାତ୍ୟା ରେମାଲ । ପବନ ବେଗ ୧୧୦ରୁ ୧୨୦କିମି ରହିବା ସମ୍ଭାବନା । ଉତ୍ତର-ପଶ୍ଚିମ ଓ ସଂଲଗ୍ନ ଉତର-ପୂର୍ବ ବଙ୍ଗୋପସାରରେ ବାତ୍ୟା ଅଧିକ ଘନୀଭୂତ ହେବା ସହ ୧୨ କିଲୋମିଟର ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡକୁ ଗତି କରୁଛି । ସମୟ ସମୟରେ ଏହା ୧୩୫ କିଲୋମିଟର ପ୍ରତିଘଣ୍ଟା ଛୁଇଁବ ବୋଲି ମଧ୍ୟ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି । ଏହି ଭୀଷଣ ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ପଡୁନଥିଲେ ମଧ୍ୟ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥି ସହିତ ଆସନ୍ତାକାଲି ସକାଳ ପର୍ୟ୍ୟନ୍ତ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପବନ ବେଗ ୪୦ରୁ କିଲୋମିଟର ପ୍ରତିଘଂଟା ରହିବା ନେଇ ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏଥି ସହିତ ରାଜ୍ୟର ସମସ୍ତ ବନ୍ଦର ଗୁଡିକୁ ୧ନଂ ବିପଦ ସଙ୍କେତ ଜାରି କରାଯାଇଥିବା ବେଳେ ୨୭ ତାରିଖ ଯାଏ ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀ ମାନଙ୍କୁ ମଧ୍ୟ ବାରଣ କରାଯାଇଛି ।