୨୫ରେ ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

୨୫ରେ ପୁଣି ଓଡ଼ିଶା ଆସିବେ ଶାହ

ଆସନ୍ତା ୨୫ରେ ପୁଣି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୪ଟି ସ୍ଥାନରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବେ ଶାହ । ବାରିପଦା, ଚାନ୍ଦବାଲି, କୋରେଇ ଓ ନିମାପଡ଼ାରେ ଆୟୋଜିତ ଜନସଭାରେ ଯୋଗଦେବେ ଗୃହମନ୍ତ୍ରୀ ଅମିତ ଶାହ । ତେବେ ଗତକାଲି ଓଡ଼ିଶା ଗସ୍ତରେ ଆସି ୪ଟି ସ୍ଥାନରେ ପ୍ରଚାର କରିଥିଲେ ଶାହ । ଏକା ଦିନରେ ଚାରି ଚାରିଟି ନିର୍ବାଚନୀ ସଭା କରି ବିଜେପି ପାଇଁ ଭୋଟ୍ ମାଗିଲେ, ନବୀନ ସରକାର ଉପରେ ଏକୁ ବଳି ଆରେକ ପ୍ରଚଣ୍ଡ ହମଲା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ।