ଭିମସାର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଦୁଇ ମେଡିକାଲ ଛାତ୍ରଗୋଷ୍ଠୀ ବିବାଦ ଘଟଣା । ବୁର୍ଲା ଭିମସାର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବ୍ରହ୍ମପୁର ଏମକେସିଜି କଲେଜ ଛାତ୍ର । ପ୍ରଥମ ଥର ପାଇଁ ଏହି ମାମଲାରେ ମୁହଁ ଖୋଲିଛନ୍ତି ଏମକେସିଜି ଛାତ୍ର । ଅଭିଯୋଗ ଅନୁସାରେ ବୁର୍ଲା ମେଡିକାଲ ଆଗରେ ଏମକେସିଜିର ୬୫ ଜଣ ଛାତ୍ରଛାତ୍ରୀ ପହଁଚିବା ବେଳେ ତାଙ୍କୁ ସ୍ୱାଗତ କରିବାକୁ ବୁର୍ଲା ମେଡିକାଲର ପ୍ରାୟ ୪୦୦ ଛାତ୍ରଛାତ୍ରୀ ଆସିଥିଲେ । ବସକୁ ଠେଙ୍ଗାରେ ପିଟିବା ସହ ସେମାନଙ୍କ ଉପରକୁ ବାଲି ଓ ପଥର ମାଡ଼ କରିଥିଲେ । ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ଶେଷରେ ଅଗ୍ନି ନିର୍ବାପକ ଗ୍ୟାସ ବସ୍ ଭିତକୁ ଛାଡିଥିଲେ ଓ ବସ୍ର କାଚ ବନ୍ଦ କରି ଦେଇଥିଲେ । ଫଳରେ ଏମକେସିଜିର ୬ ଜଣ ଛାତ୍ର ଆହତ ହୋଇଥିଲେ ଓ ଜଣେ ଛାତ୍ର ଆଇସିୟୁରେ ଭର୍ତି ହୋଇଥିବା କହିଛନ୍ତି ଏମକେସିଜି ଛାତ୍ର ସଂସଦ ସଭାପତି । ଏହାପରେ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବରେ ଯୋଗ ନଦେଇ ଫେରି ଆସିଥିଲେ ବ୍ରହ୍ମପୁର ମେଡିକାଲ୍ କଲେଜର ଛାତ୍ରଛାତ୍ରୀ ।