ରେଢ଼ାଖୋଲରେ ବର୍ଷିଲେ ରାଜନାଥ

‘ବିଜେପି ସରକାର ଆସିଲେ ହେବ ରତ୍ନଭଣ୍ଡାର ତଦନ୍ତ’

ଓଡ଼ିଶାରେ ୫୦ ବର୍ଷ କଂଗ୍ରେସ ଓ ୨୫ ବର୍ଷ ବିଜେଡି ଶାସନ କରିଛି । ହେଲେ ଓଡ଼ିଶା ଯେଉଁ ଶିଖରରେ ପହଞ୍ଚିବା କଥା ପହଞ୍ଚି ପାରିନି । ସମ୍ବଲପୁର ରେଢ଼ାଖୋଲ ସଭାରେ ଏଭଳି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏପରିକି ରତ୍ନଭଣ୍ଡାର ଚାବି ବି ହଜାଇ ଦେଲେ । ହେଲେ ଯେଉଁ ଦିନ ଆମ ସରକାର ହେବ ଏହାର ତଦନ୍ତ ହେବ । କିଏ ରତ୍ନଭଣ୍ଡାର ଚାବି ହଜାଇଲା ତା’ର ତଦନ୍ତ ହେବ । ସେହିପରି ଓଡ଼ିଶାରେ ପକ୍କା ଘର ଯେଭଳି ହେବା କଥା ବିଜେଡି ସରକାର କରିନି । ବିଜେପି ସରକାର ଆସିଲେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଭାରତର ଛବି ବଦଳିଛି । ଅନ୍ତର୍ଜାତୀୟ ମଞ୍ଚରେ ଏବେ ଭାରତ କହିଲେ ସମସ୍ତେ ଧ୍ୟାନ ଦେଉଛନ୍ତି ବୋଲି ରେଢ଼ାଖୋଲ ସଭାରେ କହିଛନ୍ତି ରାଜନାଥ ସିଂ ।