ବାଲେଶ୍ୱରରେ ବିଜେପିର ଶକ୍ତି ପ୍ରଦର୍ଶନ

ବାଲେଶ୍ୱରରେ ବିଜେପିର ୫ ହେଭିୱେଟଙ୍କ ରୋଡ ସୋ’

ବାଲେଶ୍ୱରରେ ବିଜେପିର ବଡ଼ ରଣନୀତି । ରାଜ୍ୟ ବିଜେପିର ୫ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ ସହ କରିଛନ୍ତି ରୋଡ୍ ସୋ’ । ରାଜ୍ୟର ଏହି ଶୀର୍ଷ ନେତା ହେଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ। ସମସ୍ତ ହେଭିୱେଟ ବାଲେଶ୍ୱରରେ କରିଛନ୍ତି ବିଶାଳ ରୋଡ୍ ସୋ’ । ରୋଡ୍‌ ସୋ’ କରାଯାଇଥିବା କାର୍ୟ୍ୟକର୍ତ୍ତା ସମ୍ମିଳନୀରେ ବୈଜୟନ୍ତ କହିଛନ୍ତି ଜୁନ ୧୦ ତାରିଖରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବାତାବରଣ ଅଧିକ ଦୃଢ଼ୀଭୂତ ହେଉଛି । ବିଜେପିକୁ ସଫଳ କରିବାକୁ ଓଡ଼ିଶା ଜନତା ମନସ୍ଥ କରିସାରିଲେଣି । ଏହି ଅବସରରେ କାର୍ୟ୍ୟକର୍ତ୍ତା ସମ୍ମିଳନୀରେ ବର୍ଷିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ କହିଥିଲେ, ଆସନ୍ତା ଜୁନ ୧୦ ତାରିଖରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ଓଡ଼ିଶାର ଜଣେ ପୁଅ ବା ଝିଅ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେନ୍ଦ୍ରୀୟ ନେତୃତ୍ୱ ଆସିଲେ ବାତାବରଣ ଅଧିକ ଦୃଢ଼ୀଭୂତ ହେଉଛି ବୋଲି ବୈଜୟନ୍ତ କହିଛନ୍ତି । ବିଜେପିକୁ ସଫଳ କରିବାକୁ ଓଡ଼ିଶା ଜନତା ମନସ୍ଥ କରିସାରିଲେଣି ବୋଲି କହିଛନ୍ତି ଏହି ଅବସରରେ ସେ ଦୋହରାଇଛନ୍ତି ।
ସେହିପରି ବୈଜୟନ୍ତ କହିଛନ୍ତି ଓଡ଼ିଶାରେ ଏବେ ୨ ଜଣ ଏକାଠି ବୁଲୁଥିବା ଦେଖାଯାଉଛି । ୨ ଜଣ ବୁଲି ବୁଲି କମେଡ଼ି ଭିଡିଓ ଛାଡ଼ୁଛନ୍ତି । ଲୁଚିଛପି ଭିଡିଓ ତିଆରି କରି ମଝିରେ ମଝିରେ ଛାଡ଼ୁଛନ୍ତି । ଏଆଇ, ଡିପଫେକ୍ ଭିଡିଓ କଥା କହିବାରୁ ଲୁଚିଛପି ଭିଡିଓ ଚାଲିଛି ବୋଲି ସେ କଟାକ୍ଷ କରିଛନ୍ତି । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି । ସେ କହିଛନ୍ତି ‘ନବୀନ ବାବୁଙ୍କୁ ଓଡ଼ିଶାରେ ଲୋକ ମିଳିଲେନି, ଜଣେ ଭଡ଼ାଟିଆକୁ ଆଣି ନେତା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ପର୍ୟ୍ୟଟକ କହି ନବୀନ ଅପମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ସବୁ ରାଜ୍ୟକୁ ନମ୍ବର ୱାନ୍‌ କରିବେ, ମୋଦି ଗ୍ୟାରେଣ୍ଟି । ବିଜେପି ୨୧ ଲୋକସଭା ଜିତିବ, ରାଜ୍ୟରେ ବିଜେପି ସରକାର ହେବ ।’ ସେପଟେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ବାଲେଶ୍ୱରରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଏଠି ଆଉଟସୋର୍ସ ସରକାର ଚାଲିଛି, ଆଉ ଜଣେ ସରକାର ଚଳାଉଛନ୍ତି। ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’ରେ ଲୋକ ନଥିଲେ ବୋଲି କହିଛନ୍ତି ଅପରାଜିତା । ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀଙ୍କ ସହ ସାନ ବାବୁ ଯାଇଥିଲେ । ବଡ଼ବାବୁ ହେବାକୁ ରୋଡ୍ ସୋ’ରେ ସାନବାବୁ ଯାଇଥିଲେ ବୋଲି ସେ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ କେହି ଦଳୀୟ ପ୍ରାର୍ଥୀ ନଥିଲେ । କ’ଣ ପ୍ରାର୍ଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ଭରସା ନାହିଁ କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।