ମେ’ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ଆଶଙ୍କା

ତାତିରୁ ମିଳିବ ତ୍ରାହି, ଆସୁଛି ଲଘୁଚାପ

ଆସୁଛି ଲଘୁଚାପ । ଆଗାମୀ ୨୨ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ପ୍ରାଥମିକ ସ୍ତରରେ ଉତ୍ତରପୂର୍ବ ଦିଗରେ ଲଘୁଚାପ ଗତି କରିପାରେ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି । ଲଘୁଚାପ ଅଧିକ ଘନୀଭୂତ ହୋଇ ୨୪ରେ ଅବପାତ ରୂପ ନେବା ସମ୍ଭାବନା ରହିଛି । ତେଣେ ଆସନ୍ତା ୨୦ ଓ ୨୧ ତାରିଖ ପାଇଁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୬ ଜିଲ୍ଲାକୁ ପାଣିପାଗ ବିଭାଗ ଦେଇଛି ୟେଲୋ ୱାର୍ଣ୍ଣିଂ । ୨୦, ୨୧ ତାରିଖ ପାଇଁ ସତର୍କ ସୂଚନା ଜାରି ହୋଇଛି । ଆଜିଠୁ ୨୧ ତାରିଖ ଯାଏ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ । ସେପଟେ୨୦ ତାରିଖ ପାଇଁ ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି । ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, କନ୍ଧମାଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୨୧ ତାରିଖ ପାଇଁ ହିଟୱେଭ୍‌ ନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ୪ ଦିନ ଲାଗି ଦେଶର ୬ଟି ରାଜ୍ୟକୁ ଗ୍ରୀଷ୍ଣପ୍ରବାହ ଏବଂ ୩ଟି ରାଜ୍ୟରେ ଭାରି ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।