ମାଡିଆସୁଛି ବାତ୍ୟା ମିଞ୍ଚାଉଙ୍ଗ !

ଓଡ଼ିଶା ଉପରେ ବାତ୍ୟା ପ୍ରଭାବକୁ ନେଇ ସନ୍ଦେହ

ପୁଣି ଓଡିଶାକୁ ବାତ୍ୟା ଭୟ । ଆସୁଛି ବାତ୍ୟା ମିଞ୍ଚାଉଙ୍ଗ୍। ଦକ୍ଷିଣ ଆଣ୍ଡାମାନ ସାଗର ଓ ପାର୍ଶ୍ଵବର୍ତ୍ତୀ ମଲ୍ଲାକା ଷ୍ଟ୍ରେଟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ପଶ୍ଚିମ ଓ ଉତ୍ତର – ପଶ୍ଚିମ ଦିଗରେ ଗତି କରୁଛି । ଫଳରେ ଆସନ୍ତାକାଲି ସୁଦ୍ଧା ଏହା ଅବପାତର ରୂପ ନେବ । ଏହାର ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି । ମିଞ୍ଚାଉଙ୍ଗର ପ୍ରଭାବ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଓଡ଼ିଶା ଓ ଆନ୍ଧ୍ରରେ ପ୍ରଭାବ ପଡ଼ିବ ବୋଲି ଆକଳନ କରାଯାଉଛି । କାଲି ଭିତରେ ଲ୍ୟାଣ୍ଡଫଲ ଡେଷ୍ଟିନେସନ୍ ଜଣାପଡ଼ିବ । ଅକ୍ଟୋବର ଏବଂ ନଭେମ୍ବର ଓଡ଼ିଶା ପାଇଁ ବାତ୍ୟାପ୍ରବଣ ମାସ । ଚଳିତ ମାସ ବଙ୍ଗୋପସାଗରରେ ବାତ୍ୟା ମିଧିଲି ସୃଷ୍ଟି ହୋଇ ବାଂଲାଦେଶରେ ଲ୍ୟାଣ୍ଡଫଲ କରିଥିଲା । ଏହାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିନଥିଲା । କିନ୍ତୁ ବାତ୍ୟା ମିଞ୍ଚାଉଙ୍ଗ୍ ଓଡ଼ିଶା ଉପରେ ପ୍ରଭାବ ପକାଇବାର ଆଶଙ୍କା ଅଛି ।