ଶୁକ୍ରବାରଠୁ ରାଜ୍ୟରେ ବର୍ଷା !
ବଙ୍ଗୋପସାଗରରେ ବାତ୍ୟା ଭୟ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ଆହୁରି ଅଧିକ ଘନୀଭୂତ ହୋଇ ଗୁରୁବାର ସୁଦ୍ଧା ଅବପାତର ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା ରହିଛି । ଅବପାତର ରୂପ ନେଇ କ୍ରମଶଃ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ଆସନ୍ତା ଶନିବାର ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପାଣିପାଗ ବିଭାଗ ପକ୍ଷରୁ ଏନେଇ କୌଣସି ସତର୍କ ସୂଚନା ଜାରି କରାଯାଇନାହିଁ । ଶୁକ୍ରବାର ତାରିଖରୁ ଗଭୀର ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ବାତ୍ୟାରେ ପରିଣତ ହେବା ପରେ ଏହାର ନାମ ‘ମିଗଜାଉଂ’ ରଖାଯିବ । ମିଆଁମାରର ପ୍ରସ୍ତାବ ଅନୁସାରେ ଏହି ବାତ୍ୟାର ନାମକରଣ ଏପରି କରାଯାଇଛି ।